ପ୍ରଥମ ଥର ଜିନ୍ଦଲ ନଗରରେ ହେବ ଘୋଷ ଯାତ୍ରା

You are currently viewing ପ୍ରଥମ ଥର ଜିନ୍ଦଲ ନଗରରେ ହେବ ଘୋଷ ଯାତ୍ରା

ଅନୁଗୁଳ: ପ୍ରଥମ ଥର ପାଇଁ ଜିନ୍ଦଲ ଦେବ ଭୂମିରେ ଅନୁଷ୍ଠିତ ହେବ ଘୋଷ ଯାତ୍ରା।  ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧ ତାରିଖ ରଥ ଯାତ୍ରା ଠାରୁ ୧୨ ତାରିଖ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନୀତି କାନ୍ତି ସହ ପାଳିତ ହେବ। ରଥ ଯାତ୍ରା ପାଇଁ ରଥ ନିର୍ମାଣ କାମ ସମ୍ପୂର୍ଣ ହୋଇଛି। ଜିନ୍ଦଲ କର୍ମଚାରୀ ଏବଂ ଅତିଥି ଭକ୍ତ ମାନେ ରଥ ଟାଣିବାର ବ୍ୟବସ୍ଥା କରାଯାଇଛି। ରଥ ଟଣାକୁ ଶୃଙ୍ଖଳିତ ଓ ନିରାପଦ କରିବା ପାଇଁ ପାସ ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ଅନ୍ନ ପ୍ରସାଦ ଏବଂ ଯାତ୍ରା ସମୟରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରଥ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ କମ୍ପାନୀ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଶାଲୁ ଜିନ୍ଦଲ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Share

Leave a Reply