ବିଦେଶୀ ମଦ ଜବତ, ଜଣେ ଗିରଫ

You are currently viewing ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ପୁଲିସ ବୁଧବାର ରାତିରେ ଚଢ଼ାଉକରି ୨୪ ଲିଟର ବିଦେଶୀମଦ ଜବତ କରିଛି।

ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ବାଲିପଟା କୁସୁମସାହିର ପ୍ରମୋଦ କୁମାର ବେହେରା(୩୪)ଙ୍କ ଘରେ ଚଢ଼ାଉ କରିଥିଲା। ଘର ଖାନତଲାଶ ସମୟରେ ଏକ ବ୍ୟାଗରେ ଥିବା ବିଭିନ୍ନ ବ୍ରଣ୍ଡ ଓ କିସମର ପ୍ରାୟ ୨୪ ଲିଟର ବିଦେଶୀମଦ ଜବତ କରିଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପ୍ରମୋଦଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।

Share

Leave a Reply