ଅନୁଗୁଳ: ବନ୍ୟଜନ୍ତୁ ଶିକାର ପାଇଁ କୁମୁଣ୍ଡା ଜଙ୍ଗଲରେ ବେଆଇନ ହୁକିଙ୍ଗ କରିଥିବା ଅଭିଯୋଗରେ କଣିହାଁ ବନବିଭାଗ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମର ମୁନା ନାଏକ (୨୮) ଓ ଭଗବାନ ଗୋଛାୟତ (୩୫)।
କଣିହାଁ ବନବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୁମୁଣ୍ଡା ଜଙ୍ଗଲ ପେଟ୍ରୋଲ ପମ୍ପ ନିକଟରେ ଜନ୍ତୁ ଶିକାର ପାଇଁ ବେଆଇନ ଭାବରେ ବିଦ୍ୟୁତ୍ ତାର ବିଛାଯାଇଥିବା ଦେଖିଥିଲେ। ଖୋଜାଖୋଜି ବେଳେ ୨ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ତାର ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ବନ ବିଭାଗ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।