ଛେଣ୍ଡିପଦା: ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ବିଟ ହାଉସ ଅଧୀନ ବାଗେଡ଼ିଆରେ ଥିବା ଏକ ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗ ଅତର୍କିତ ଚଢ଼ଉ କରି ଆସବାବପତ୍ର ଜବତ କରିଛି। ଦୀର୍ଘ ଦିନ ଧରି ବାଗେଡ଼ିଆ ବୁଢାଢ଼ିପ ସାହିରେ ଏକ ବେଆଇନ କାଠ କାରଖାନା ଚାଲୁଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଖବର ପାଇ ବୁଧବାର ଛେଣ୍ଡିପଦା ବନପାଳଙ୍କ ନେତୃତ୍ୱରେ ଏକ ଦଳ କାରଖାନାରେ ଚଢ଼ଉ କରିଥିଲେ। ଚଢ଼ଉ ଦେଖି କାମ କରୁଥିବା ଲୋକ ଫେରାର ହୋଇ ଯାଇଥିଲେ। ବିଭାଗ ପକ୍ଷରୁ କାରଖାନାରୁ ଅର୍ଦ୍ଧ ନିର୍ମିତ ଦୁଇଟି ପଲଙ୍କ, ତିନୋଟି ଡ୍ରେସିଂ ଟେବୁଲ ଓ ପଲଙ୍କ ମୁକୁଟ (ହେଡ଼ ସାଇଡ)କୁ ଜବତ କରିଛି। ତଦନ୍ତ ପରେ ଅଭିଯୁକ୍ତ ଧରାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି।
ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗର ଅତର୍କିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜବତ
- Post published:January 5, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
