ଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

You are currently viewing ଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ଅନୁଗୁଳ: ଗତ କାଲି ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ତାଳଚେର ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କୁ ଖବର ମିଳିଲା କି ରାଣୀ ପାର୍କ ଆଦର୍ଶ ସ୍କୁଲ ନିକଟରେ ଡିଆଁ ଡିଇଁ କରୁଥିବାବେଳେ ଗୋଟିଏ ମାଙ୍କଡ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଆହତ ହୋଇଛି। ସଙ୍ଗେ ସଙ୍ଗେ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ମାଙ୍କଡଟିକୁ ଉଦ୍ଧାର କରି ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାର ଚିକିତ୍ସା କରାଇଥିଲେ। ମାଙ୍କଡଟି ଏବେ ସୁସ୍ଥ ଅଛି। ଉଦ୍ଧାର କାର୍ଯ୍ୟରେ ସିଦ୍ଧାର୍ଥ ଅନୁରାଗ ପରିଡ଼ା ଫରେଷ୍ଟର,ତ୍ରୈଲୋକ୍ୟ ରାଉତ ଫରେଷ୍ଟ l ଗାର୍ଡ,ରଞ୍ଜନ ଦେହୁରୀ ଓ ପିଙ୍କୁନ ମିଶ୍ର ହାତୀ ସ୍କ୍ୱାର୍ଡ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply