ପୂର୍ବତନ କଂଗ୍ରେସ ନେତାଙ୍କ ପରଲୋକ

You are currently viewing ପୂର୍ବତନ କଂଗ୍ରେସ ନେତାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ତଥା ଅନୁଗୁଳ ଜିଲ୍ଲା ଟ୍ରକମାଲିକ ସଂଘର ପୂର୍ବତନ କର୍ମକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ, ପୁଅ, ବୋହୁ, ନାତି, ଝିଅ, ଜ୍ବାଇଁ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ଘର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବୁରଗୋଠ ଗାଁରେ ହୋଇଥିବା ବେଳେ ସ୍ବର୍ଗତ ପ୍ରଧାନ ଅନୁଗୁଳ ଅମଲାପଡ଼ା ବାସଭବନରେ ରହୁଥିଲେ। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ। ନିଜ ଗାଁ ବୁରଗୋଠଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଆଠମଲ୍ଲିକ, ଠାକୁରଗଡ଼, ବୁରଗୋଠ, ଅନୁଗୁଳ ଅମଲାପଡ଼ାରେ ଶୋକ ଖେଳି ଯାଇଛି।

Share

Leave a Reply