କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଜମିହରା ପୂର୍ବତନ କର୍ମଚାରୀ ସଂଘ: ସାର କାରଖାନାରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାକୁ ଦାବି

0

ତାଳଚେର : ତାଳଚେର ସାର କାରଖାନା ଜମିହରା ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାର କାରଖାନା ଜମିହରା ସଂଘର ଉପଦେଷ୍ଟା ପର୍ଶୁରାମ ବାରିକ ଓ ଆବାହକ ବରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ। ସାର କାରଖାନାରେ ଜମି ହରାଇ ଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସଂଘ ପକ୍ଷରୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ମଧ୍ୟ ସମାନ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ଦାବି ପତ୍ର ପ୍ରଦାନ ବେଳେ ଜଗଦୀଶ ମିଶ୍ର, ନରେଶ ସାମଲ, ଟୀକନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!