ନାଲକୋ ପୋଲିସକୁ ବଡ଼ ସଫଳତା: ଡିପିଏସ ଶିକ୍ଷକଙ୍କ ଘରୁ ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

You are currently viewing ନାଲକୋ ପୋଲିସକୁ ବଡ଼ ସଫଳତା: ଡିପିଏସ ଶିକ୍ଷକଙ୍କ ଘରୁ ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

ଅନୁଗୁଳ : ଶିବରାତ୍ରିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ନାଲକୋ ପୋଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଗତ ୧୯ ତାରିଖ ଦିନ ନାଲକୋ କଲୋନୀ (ବି – ୧୦୦୧)ରେ ରହୁଥିବା ଦିଲ୍ଲୀ ପବ୍ଲିକ ସ୍କୁଲର ଶିକ୍ଷକ ରାଧାମାଧବ ଦାଶଙ୍କ ଘରୁ ଚୋରି ହୋଇଥିଲା। ଘରର କବାଟ ଭାଙ୍ଗି ଚୋରମାନେ ସୁନା ହାର, ଚୁଡ଼ି, କାନ ଫୁଲ, ନାକ ଫୁଲ, ମୁଦି, ପାଉଁଜି, ଟଙ୍କା ଚୋରି କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାର ତଦନ୍ତ ବେଳେ ଏକ ସ୍ୱତନ୍ତ୍ର ପୋଲିସ ଟିମ ରବିବାର ଦିନ ନାଲକୋ ବାଲିଆ ମାର୍କେଟ ନିକଟରୁ ନାଲକୋ କଲୋନୀ ଅଞ୍ଚଳର ଜ୍ଞାନ ରଞ୍ଜନ ବାରିକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ କୁଲାଡ଼ ଗ୍ରାମର ତିନି ଜଣ ନାବାଳକଙ୍କୁ ମଧ୍ୟ କାବୁ କରିଥିଲେ। ନାଲକୋ ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରାଙ୍କ ତତ୍ତ୍ୱାବଧାନରେ ଉପ ଥାନା ଅଧିକାରୀ ବିଚିତ୍ରାନନ୍ଦ ଲେଙ୍କା ସମସ୍ତ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Share

Leave a Reply