ଅନୁଗୁଳ: ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗରେ ଛେଣ୍ଡିପଦା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ସଦର ଥାନା ଜରାଶିଙ୍ଗା ଗ୍ରାମ ପୁରୁଣା ସାହିର ରମେଶ ସାହୁ (ରମି), ଉତ୍ତର ପ୍ରଦେଶ ଅଞ୍ଚଳରୁ ଆସି ଅନୁଗୁଳ କୁଲାଡ଼ର କବାଡ଼ି ବେପାରୀ ରୋହିତ ଗୁପ୍ତା, ଛେଣ୍ଡିପଦା ଥାନା କରଡ଼ାବାହାଳି ଗ୍ରାମର ସୁବଳ ନାଏକ, ବନ୍ତଳା ଥାନା ବରହମପୁର ଅଞ୍ଚଳର ଦୀପକ ପ୍ରଧାନ (ବାବୁ)।
ସୂଚନା ମୁତାବକ, ଅନୁଗୁଳ ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଛେଣ୍ଡିପଦା ସିଆରିମାଳିଆ ନାଳ ପାର୍ଶ୍ଵରୁ ଗତ ଜାନୁଆରୀ ୨୮ ତାରିଖ ବିଳମ୍ବିତ ରାତିରେ ୧୬ ଟି ବିଦ୍ୟୁତ ଖୁଣ୍ଟ ଚୋରି ହୋଇଥିଲା। ଏ ସମ୍ପର୍କରେ ଠିକାଦାର ଗୌତମ ମାଝୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ରମେଶ, ରଣଜିତ, ସୁବଳ ଓ ଦୀପକକୁ ଗିରଫ କରିବା ସହ ଚୋରିରେ ବ୍ୟବହୃତ ସରଞ୍ଜାମ ଓ ଏକ ପିକଅପ୍ ଭ୍ୟାନ (OD19V1921) ଓ ୬ ଟି ଖୁଣ୍ଟ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ
