ଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

You are currently viewing ଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ବିରେନ୍ ଢ଼ାବା ନିକଟରେ ଏକ ଟ୍ରକରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏ କବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜରପଡ଼ା ଥାନା ପୁଲିସ ମରାତିରା ବିରେନ୍ ଢ଼ାବା ନିକଟରେ ଏକ ଲୁହା ରଡ ବୋଝେଇ ଟ୍ରକ୍(ଓଡି୦୫ଏଏସ୍- ୫୨୮୯)ରୁ ପ୍ରାୟ ସାଢ଼େ ୩ କ୍ବିଣ୍ଟାଲର ବିଭିନ୍ନ କିସମର ଲୁହା ରଡ ନିକଟରେ ଠିଆହୋଇଥିବା ପିକ୍ଅପ୍ ଭ୍ୟାନ୍(ଓଡି୦୫ଏଏକ୍ସ- ୯୨୧୮)ରେ ଲଦା ଯାଉଥିଲା। ପୁଲିସ ସେଠାରେ ପହଞ୍ଚିଲା ମାତ୍ରେ ପିକ୍ଅପ୍ ଭ୍ୟାନ୍ଟି ଦୃତ ଗତିରେ ପଳାଇ ଯାଇଥିଲା। ପୁଲିସ ଟ୍ରକ ଚାଳକ ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗାଁର କୁଞ୍ଜ ବିହାରୀ ବେହେରା(୩୬) ଓ ଖଲାସୀ ଗୋବିନ୍ଦପ୍ରସାଦ ଗାଁର କମଳକାନ୍ତ ଜେନା(୧୯)ଙ୍କୁ ଗିରଫ କରିଥିଲା। ପରେ ପିକ୍ଅପ୍ ଭ୍ୟାନର ପିଛାକରି ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ବନଦୁର୍ଗା ମନ୍ଦିର ନିକଟରେ କାବୁ କରିଥିଲା। ପିକ୍ଅପ୍ ଚାଳକ ରାଶୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗାଁର ଶଶିକାନ୍ତ ସାହୁ(୧୯) ଓ ଖଲାସୀ ରାଜେନ୍ଦ୍ର ସ୍ବାଇଁ(୨୨)ଙ୍କୁ ଗିରଫ କରିଥିଲା। ପରେ ପୁଲିସ ଜବତ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍, ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ସେମାନେ ଦୋଷ ସ୍ବିକାର କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁକରି ବୁଧବାର ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply