ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଶିଶୁ ହୃଦରୋଗ ପରୀକ୍ଷା: ୧୧୫ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

You are currently viewing ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଶିଶୁ ହୃଦରୋଗ ପରୀକ୍ଷା: ୧୧୫ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଶିଶୁ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଜାତୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ଓ ବାଙ୍ଗାଲୋରସ୍ଥିତ ନାରାୟଣ ହୃଦୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୧୫ ଜଣ ପିଲାଙ୍କ ପରୀକ୍ଷା କରାଯାଇଥିଲା। ଅଙ୍ଗନବାଡି ଓ ବିଦ୍ୟାଳୟରୁ ଚିହ୍ନଟ ହୋଇଥିବା ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପରୀକ୍ଷା କରାଯାଇଥିଲା। ଗୁରୁତର ଚିହ୍ନଟ ପିଲାଙ୍କ ହୃଦ୍‌ରୋଗ ଅସ୍ତ୍ରୋପଚାର ନାରାୟଣ ହୃଦୟାଳୟ, ବାଙ୍ଗାଲୋରରେ ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ସରକାର ଯାତାୟାତ ସମେତ ସମସ୍ତ ଖର୍ଚ୍ଚ ବହନ କରିବେ।

ଶିବିରରେ ନାରାୟଣ ହୃଦୟାଳୟର ଶିଶୁ ହୃଦରୋଗ ବିଶେଷଜ୍ଞ ଡା. ଅତୁଲ ସୁରେନ୍ଦ୍ର ପ୍ରଭୁ ପିଲାଙ୍କ ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡିଏମଓ(ଏମଏସ) ଡା. ଦିଲୀପ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ଅନେକ ପିଲା ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଛନ୍ତି ଓ ଚିକିତ୍ସା ଖର୍ଚ୍ଚବହୁଳ। ସରକାରଙ୍କ ଏହି ପଦକ୍ଷେପ ଗରିବ ରୋଗୀଙ୍କ ପାଇଁ ସହାୟକ ହେବ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣ ଚନ୍ଦ୍ର ପାଲ, ଡିପିଏମ ସୌମ୍ୟାରାଣୀ ଗୌଡ଼, ଆରବିଏସକେ ମ୍ୟାନେଜର ଦୀପ୍ତିରଞ୍ଜନ ଦାସ, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳିକା ସବିତା କୁମାରୀ ପଣ୍ଡା, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପୁଷ୍ପଲତା ପ୍ରଧାନ ଏବଂ ଶିଶୁରୋଗ ବିଶେଷଜ୍ଞ ଡା. ଶିବ ଶଙ୍କର ବରିହା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply