ମେ’ ୬ ରୁ ଓଜେଇଇ, ଆସନ୍ତା ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ଆଡମିଟ କାର୍ଡ

0

 

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଜାରି ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଆଡମିଟ କାର୍ଡ। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି। ପିଲା ସେହି ଦିନ ଠାରୁ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ। ଓଜେଇଇ ପରୀକ୍ଷା ଆସନ୍ତା ମେ’ ୬ ତାରିଖରୁ ଆରମ୍ଭ ହୋଇ ୧୦ ମେ’ ରେ ଶେଷ ହେବ। ଏହି ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ କରାଯିବ।

ପ୍ରତ୍ୟେକ ଦିନ ତିନୋଟି ସିଫ୍ଟ ରହିବ। ପ୍ରତି ସିଫ୍ଟର ଅବଧି ୨ ଘଣ୍ଟା ରହିବ। ୬ ତାରିଖରେ ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ଇଣ୍ଟିଗ୍ରେଟେଡ ଏମ୍‌ବିଏ ଏବଂ ଏଲ୍‌ଇ ଟେକ୍ ବିଏସ୍‌ସି ପରୀକ୍ଷା ରହିଛି। ସେହିଭଳି ୮ ତାରିଖରେ ଏମ୍‌ବିଏ, ବି.କ୍ୟାଟ୍‌ (ସିନେମାଟୋଗ୍ରାଫି/ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ ଏବଂ ଏଲ୍‌ଇ ଫାର୍ମ) ର ପରୀକ୍ଷା ରହିଛି । ସେହିପରି ୯ ତାରିଖରେ ବି.ଫାର୍ମର ପରୀକ୍ଷା ଥିବା ବେଳେ ୧୦ ତାରିଖରେ ଏମ୍‌ସିଏ, ବି.କ୍ୟାଟ୍‌ (ଫିଲ୍ମ ଏଡିଟିଙ୍ଗ, ଏମ୍‌.ଫାର୍ମ ,ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକର) ପରୀକ୍ଷା ରହିଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!