ଆଠମଲ୍ଲିକ ଏନଏସିରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର, ବିଭିନ୍ନ ପ୍ରତିଶ୍ରୁତି ଦେଲେ ଇଂ ନଳିନୀକାନ୍ତ ପ୍ରଧାନ

You are currently viewing ଆଠମଲ୍ଲିକ ଏନଏସିରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର, ବିଭିନ୍ନ ପ୍ରତିଶ୍ରୁତି ଦେଲେ ଇଂ ନଳିନୀକାନ୍ତ ପ୍ରଧାନ

ଆଠମଲ୍ଲିକ: ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ବରିଷ୍ଠ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନ ସ୍ଥାନୀୟ ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ପୌର ନିର୍ବାଚନରେ ୧୧ ଟି ୱାର୍ଡରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ୱାର୍ଡଗୁଡିକର ସମସ୍ୟା ଓ ଉନ୍ନତି ସମ୍ପର୍କରେ ଜନସାଧାରଣଙ୍କ ନିକଟରୁ ଅବଗତ ହୋଇଥିଲେ। ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ଓ ୧୧ ଟି ୱାର୍ଡରୁ ୯ ଟି ୱାର୍ଡରେ ବିଜେଡିର ବିପୁଳ ବିଜୟ ପରେ ନଳିନୀ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏନଏସି ଅଞ୍ଚଳର ୩ ନମ୍ବର ୱାର୍ଡରେ ୬୨ ନମ୍ବର ରାଜ୍ୟ ରାଜପଥ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ସିଦ୍ଧପୁର ପର୍ଯ୍ୟନ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୧ କୋଟି ଅର୍ଥ ମଞ୍ଜୁର କରାଇ କାର୍ଯ୍ୟ ସମାପନ କରାଯାଇଛି। ସେହିଭଳି ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ପକ୍ଷରୁ ଏକ ଅଡିଟୋରିୟମ ନିର୍ମାଣ ପାଇଁ ୭ କୋଟି ୩୦ ଲକ୍ଷ ଅର୍ଥ ମଞ୍ଜୁର ହୋଇଥିବା ବେଳେ ୩ଶହ ଲୋକଙ୍କ ବସିବା ସୁବିଧା କରାଯାଇଥିବା ଜଣାଯାଇଛି।
ବୁଧବାର ଆଠମଲ୍ଲିକ ଏନଏସିରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତାର ପତ୍ରସଂଖ୍ୟା ୩୩୬୧ /୧୫. ୨. ୨୦୨୩ ରେ ୩ କୋଟି ୧୩ ଲକ୍ଷ ୬୬ ହଜାର ଅର୍ଥ ମଞ୍ଜୁର କରିଥିବା ଜଣାଯାଇଛି। ଏନଏସି ଅଞ୍ଚଳରେ ବିଜେଡି ପକ୍ଷରୁ ଦିଆଯାଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତିକୁ ନଳିନୀ ପୂରଣ କରାଇପାରୁଛନ୍ତି। ଫଳରେ ନଳିନୀଙ୍କ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆଗାମୀ ଦିନରେ ଆସ୍ଥା ପ୍ରକଟ କରିବେ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply