ବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

You are currently viewing ବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମସ୍ଥିତ ନେହରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ପ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। କଞ୍ଜର୍ଭେସନ ଅଫ ନାଚୁରାଲ, ଏନଭରମେଣ୍ଟ ଆଣ୍ଡ ୱାଇଲଡ ଲାଇଫ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍ଥାର କର୍ମକର୍ତ୍ତା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।

ବିଶେଷ କରି ବର୍ଷା ଋତୁରେ ସର୍ପ ଭୟ ରହୁଥିବାରୁ ଘର ଭିତର ଓ ବାହାର ପରିଷ୍କାର ପରିଚ୍ଛନ୍ନ ରଖିବା, ସାପ କାମୁଡ଼ିଲେ କିପରି ପ୍ରାଥମିକ ଚିକିତ୍ସା କରିବା, ଗୁଣିଗାରେଡିରେ ବିଶ୍ୱାସ ନରଖି ତୁରନ୍ତ ଡାକ୍ତରଖାନାକୁ ନେବା ଆଦି ସଚେତନ କରିବା ସହ ସରୀସୃପ ମାନେ ଆମ ଜୀବଜଗତ ତଥା ପରିବେଶ ସନ୍ତୁଳନ ପାଇଁ କିଭଳି ଜରୁରୀ ସେ ବିଷୟରେ ଅବଗତ କରିଥିଲେ।

କାର୍ଯ୍ୟକ୍ରମରେ ସଚେତନତା ସଂସ୍ଥାର ଶ୍ରୀତମ ଅମାନ୍ତ, ତାପସ ରଞ୍ଜନ ସାମଲ, ଶିବା ବେହେରା, ସନ୍ତୋଷ ମହାରଣାଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Share

Leave a Reply