ଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

You are currently viewing ଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

ଅନୁଗୁଳ: ନାଲକୋ ପ୍ଲାଣ୍ଟର ଅଚଳାବସ୍ଥାକୁ ନେଇ ତିନିଦିନ ଧରି ଆଲୁମିନିୟମ ମଜଦୂର ସଙ୍ଘ ପକ୍ଷରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ମାନବ ସମ୍ବଳ ମହାପ୍ରବନ୍ଧକଙ୍କ ହସ୍ତକ୍ଷେପ ପରେ ଏହି ଧାରଣା ବନ୍ଦ ହୋଇଛି। ନାଲକୋ ପ୍ଲାଣ୍ଟରେ ଉତ୍କୃଷ୍ଟ କଞ୍ଚାମାଲର ଅଭାବ, ସରଞ୍ଜାମ ଅଭାବ, କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତା, ନୂତନ ପିଟିଏମ୍ କିଣିବା, ପୁରୁଣାର ମରାମତି ଆଦି ଦାବି ନେଇ ଏହି ଧାରଣା ଚାଲିଥିଲା।

ଗୁରୁବାର ଉତ୍ପାଦନ ନିର୍ଦ୍ଦେଶକ ପଙ୍କଜ ଶର୍ମା, ମାନବ ସମ୍ବଳର ମହାପ୍ରବନ୍ଧକ ଶୁଭେନ୍ଦୁ ନାୟକଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନ ବନ୍ଦ ହୋଇଛି।

ଏହି ଧାରଣାରେ ସଂଘର ସଭାପତି ମୁନା ସାମଲ, ସାଧାରଣ ସମ୍ପାଦକ ବିନୋଦ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ଗୋପାଳ କୃଷ୍ଣ ମଲିକ, ଉପସଭାପତି ଦୀନବନ୍ଧୁ ଭୁତିଆ, ମାଧବ ସାମଲ, ବିରଞ୍ଚି ନାରାୟଣ ସାମଲ, ପ୍ୟାରୀମୋହନ ନାୟକ, ରଞ୍ଜିତ ମାଝୀ, ମଦନ ସାହୁ, ନେହରୁ ସାହୁ, ପ୍ରଭାତ ଗଡ଼ନାୟକ, ଖଗେଶ୍ୱର ଭୁତିଆ, ଦିବ୍ୟଦର୍ଶୀ ଦେବତା, ତ୍ରିପତି ସେନାପତି, ରାମଧନ ହେମ୍ବ୍ରମ, ଅଜିତ ସାହୁ, ଲିଟୁ ସିଂ, ରଞ୍ଜନ ନାହାକ, ରଞ୍ଜନ ବେହେରା, କୁମୁଦ ସାହୁ, ସୁଦର୍ଶନ ରାଉତ, ସନ୍ତୋଷ ଦଳାଇ, ପଦ୍ମଲାଭ ସେଠୀ, ସନ୍ତୋଷ ସାହୁ, ଶିବରାମ ସେଠି, କିଶୋର ସାହୁ, ମନୋଜ ସ୍ୱାଇଁ, ବିଜୟ ରାଉତ, ଯତୀନ ସାମଲ, ପ୍ରମୋଦ ଗାଆଣ, ପ୍ରଶାନ୍ତ ସାହୁ, ଅଜୟ ସିଂ, ଅଜୟ ସାହୁ, ନଟବର ମହାନ୍ତି, ନୃସିଂହ ଧଳ, କେଦାର ସାହୁ, ସୁନୀଲ ତ୍ରିପାଠୀ ପ୍ରମ୍ମୁଖ ଉପସ୍ଥିତ ଥିଲେ।

Share

Leave a Reply