ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ଓଏଚପିସି ପ୍ରଶାସନିକ ଭବନର ପ୍ରବେଶ ଦ୍ୱାରରେ ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଏକ ତିନିଫୁଟ ଉଚ୍ଚାର ମୂର୍ତ୍ତି ସ୍ଥାପନ କରାଯାଇଛି।
ପୂଜକ ଅନନ୍ତ ନାରାୟଣ ମିଶ୍ର ଜୀବନ୍ୟାସ ମନ୍ତ୍ର ପଢ଼ି ପୂଜାର୍ଚ୍ଚନା କରିଥିଲେ। ଓଏଚପିସିର ଜିଏମ୍ ସୁବ୍ରତ କୁମାର ଷଡ଼ଙ୍ଗୀ ଉକ୍ତ ଜୀବନ୍ୟାସ କାର୍ଯ୍ୟରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଓଏଚପିସିର ସିନିଅର ଜିଏମ୍ ସରୋଜ ବହିଦାର, ଡିଜିଏମ୍ ପ୍ରଦୀପ କୁମାର ପ୍ରଧାନ, ଏଚଆର ନୀଳିମା ବେଦନାଥ, ୟୁନିଅନ ସମ୍ପାଦକ ବିରେଶ ପତି ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।