ଅନୁଗୁଳରେ ପୁଣି ଲଜ୍ଜା! ଦୁଇ ଯୁବତୀଙ୍କୁ ମଦ ପିଆଇ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

You are currently viewing ଅନୁଗୁଳରେ ପୁଣି ଲଜ୍ଜା! ଦୁଇ ଯୁବତୀଙ୍କୁ ମଦ ପିଆଇ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଅନୁଗୁଳ: ମଦ ପିଆଇ ୨ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ୫ ଜଣଙ୍କ ନାଁରେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ମଙ୍ଗଳବାର ରାତି ୮ଟା ବେଳେ ଦୁଇ ଜଣ ଯୁବତୀ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ବସିଥିଲେ। ସେହି ସମୟରେ ଉଭୟଙ୍କ ପରିଚିତ ଦୁଇ ଜଣ ଯୁବକ ଆସି ସେମାନଙ୍କୁ ବୁଲି ଯିବା ପାଇଁ କହିଥିଲେ। ଯୁବକ ମାନେ ଚିହ୍ନା ଥିବାରୁ ଉଭୟେ ରାଜି ହୋଇଥିଲେ। ସେମାନେ ଏକ କାରରେ ନିଶା ସ୍ଥିତ ଏଆରଷ୍ଟ୍ରିପ ଆଡେ ଯାଇଥିଲେ। ଉକ୍ତ କାର ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ବସିଥିଲେ ଏବଂ କାର ପଛରେ ଆଉ ଜଣେ ଯୁବକ ଏକ ବାଇକରେ ତାଙ୍କ ସହ ଯାଇଥିଲେ।

ଏହା ଶୁନଶାନ ଜାଗାରେ ସେମାନେ ୫ ଜଣ ମଦ ପିଇବା ସହ ଦୁଇ ଯୁବତୀଙ୍କୁ ବି ଜବରଦସ୍ତି ପିଆଇଥିଲେ। ପରେ ନିଶାରେ ସମ୍ପୃକ୍ତ ଯୁବକମାନେ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ରାତି ପ୍ରାୟ ୧୧. ୩୦ରେ ସମ୍ପୃକ୍ତ ଯୁବକ ମାନେ ଦୁଇ ଯୁବତୀଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ସେମାନଙ୍କ ଘର ସାମ୍ନାରେ ଫିଙ୍ଗି ଦେଇ ଯାଇଥିଲେ। ରାତିରେ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ଆଣି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ଚେତା ଆସିବା ପରେ ସେମାନେ ଘଟଣା ସମ୍ପର୍କରେ ପୋଲିସ ଆଗରେ ପ୍ରକାଶ କରିବା ସହ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ତଦନ୍ତ ଚଳାଇଥିବା ନେଇ ଆଇଆଇସି ଧୀରେଶ ଦାସ ସୂଚନା ଦେଇଛନ୍ତି।

Share

Leave a Reply