ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

You are currently viewing ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ୨୪୯ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ। ତେବେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନଵାଚୀ ସୃଷ୍ଟି କରୁଛି। ଏଭଳି ଏକ ଘଟଣା ସାରା ପାଳଲହଡାରେ ଚର୍ଚ୍ଚା ବିଷୟ ପାଲଟିଛି l ସୂଚନା ମୁତାବକ, ଖମାର ପୁଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨ କ୍ୱିଣ୍ଟାଲ ୯୭ କେଜି ଗଞ୍ଜେଇ ଜଵତ କରିଛି । ଏହାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ଟଙ୍କା ହେଵ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଗଞ୍ଜେଇ ଏକ ପାଣି ଟ୍ୟାଙ୍କର ଜରିଆରେ ଝାଡଖଣ୍ଡକୁ ଚାଲାଣ ହେଉଥିବା ପୁଲିସ ସୂଚନା ଦେଇଛି। ଉକ୍ତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ଅଞ୍ଚଳର ଅନିଲ ସ ଏବଂ ଫୁଲଚାନ୍ଦ ବରିହା। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Share

Leave a Reply