ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

You are currently viewing ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

ଅନୁଗୁଳ: ଗୁରୁବାର ଅନୁଗୁଳ ଛେଣ୍ଡିପଦାରେ
ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ କହିଥିଲେ, ଆମ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି। ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ତ୍ୱରିତ ପଦକ୍ଷେପ ନିଆଯାଉଛି। ସରକାର ଏବଂ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଅନୁଗୁଳକୁ ବିକାଶର ପଥରେ ଆଗେଇ ନେବା ପାଇଁ ଡବଲ ଇଞ୍ଜିନ ସରକାରର ପ୍ରାୟ ୪୪.୮୮ କୋଟି ମୂଲ୍ୟର ୩୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮.୯ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ। ସେ କହିଥିଲେ, ୫୩ କୋଟି ଟଙ୍କା ମୂଲ୍ୟର ୫୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର, ସୁଭଦ୍ରା ଯୋଜନାରେ ନାରୀ ସଶକ୍ତିକରଣ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି, ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଭଳି ଆଦି ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଅନୁଗୁଳ ସମେତ ଓଡ଼ିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଥିଲେ।

ଏହାପରେ କୋଶଳା-ଛେଣ୍ଡିପଦା ଭାୟା ବ୍ରାହ୍ମଣବିଲ, ଚାଙ୍ଗୁଡିଆ ରାସ୍ତାର ଉନ୍ନତୀକରଣ, ଏଚଏନ-୫୫ ଠାରୁ ପଥରଗଡ଼ ଭାୟା ପଳାସନଳା, କଞ୍ଜରା ରାସ୍ତାର ଉନ୍ନତିକରଣ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସନ୍ତରାବନ୍ଧର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ, ନୂଆପଡ଼ା -ବଡବେରେଣା ଭାୟା ସାଲଖମଣ ରାସ୍ତାର ଉନ୍ନତିକରଣର ଆଦି ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ବାଗେଡିଆ ଠାରୁ ଶିମିଳିପାଳ ରାସ୍ତାର ଉନ୍ନତୀକରଣ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ। ପରେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ବିତରଣ କରିଥିଲେ।

Share

Leave a Reply