ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଯୋଗାଣ ବିଭାଗ ଟିମ୍, ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ ଓ ପୋଲିସ ଉପସ୍ଥିତିରେ ତାଳଚେର ବାଇପାସ୍ ଛକରେ ଥିବା ଏକ ଗ୍ୟାସ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ କେଜିର ୧୯ଟି ଓ ୧୪ କେଜିର ୬ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏନେଇ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି। ବଡ଼ ସିଲିଣ୍ଡରରୁ ଗ୍ୟାସ ଭର୍ତ୍ତି କରି ଛୋଟ ସିଲିଣ୍ଡରରେ ଚୋରାରେ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି।
ଗ୍ୟାସ ଚଢା ଦରରେ ବିକ୍ରି ଅଭିଯୋଗ, ଦୋକାନରେ ଚଢ଼ାଉ
- Post published:March 13, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


