ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ସୋମବାର ଅପରାହ୍ନରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଧୃବ ଚରଣ ସାହୁ ବାର୍ଷିକ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଏଥିସହ ସଂଘର ଆଗାମି ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖରେ କରାଯିବାକୁ ସ୍ଥିର କରାଗଲା। ନିର୍ବାଚନ ଅଧିକାରୀଭାବେ ବରିଷ୍ଠ ସଦସ୍ୟ ପ୍ରମୋଦ ପ୍ରଧାନଙ୍କୁ ସର୍ବ ସମ୍ମତରେ ଦାୟୀତ୍ବ ପ୍ରଦାନ କରାଗଲା। ଚଳିତ ନିର୍ବାଚନରେ ସଂଘର ମୋଟ ୫୭୦ ଜଣ ସଦସ୍ୟଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇଛି। ବିଗତ ୧ବର୍ଷରେ ସଂଘର ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସଭାପତି ଶ୍ରୀ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ। ଏଥିସହ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିରେ ବରିଷ୍ଠ ସଦସ୍ୟ ଦିଲ୍ଲିପ୍ ମହାନ୍ତି, ଭୂପେଶ ଚନ୍ଦ୍ର ପ୍ରଧାନ ଓ ପ୍ରମୋଦ ପ୍ରଧାନ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏଥିରେ ସଂଘର ଶତାଧିକ ସଭ୍ୟ ଯୋଗଦେଇଥିଲେ। ଶେଷରେ ସହ ସମ୍ପାଦକ ପ୍ରେମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ
- Post published:February 20, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul