ବ୍ରାହ୍ମଣ ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ଅଧିବେଶନ

You are currently viewing ବ୍ରାହ୍ମଣ ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ଅଧିବେଶନ

ଅନୁଗୁଳ: ଜିଲ୍ଲା ବ୍ରାହ୍ମଣ ମହାସଂଘର ଦ୍ଵାଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍ ହଲରେ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଶଶାଙ୍କ ଶେଖର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମଗ୍ର ଜିଲ୍ଲାର ଶତାଧିକ ବ୍ରାହ୍ମଣ ଉପସ୍ଥିତ ହୋଇ ବ୍ରାହ୍ମଣ ମାନଙ୍କ ଉପକାର ତଥା ନ୍ୟାର୍ଯ୍ୟ ଦାବି ଉପରେ ନିଜ ନିଜ ମତ ରଖିଥିଲେ।

ଏ ଅବସରରେ ସମ୍ପାଦକ ପ୍ରଭାତ କୁମାର ରଥ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମହାସଂଘର କର୍ମକର୍ତ୍ତାଙ୍କ ଅବଧି ଶେଷ ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଆଡଭୋକେଟ୍ ସୁରେଶ କୁମାର ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ନୂତନ କର୍ମକର୍ତ୍ତା ଭାବେ ଶଶାଙ୍କ ଶେଖର ପାଣି ସଭାପତି, ପ୍ରଦୀପ କୁମାର ମିଶ୍ର ଉପସଭାପତି, ସୂର୍ଯ୍ୟନାରାୟଣ ମିଶ୍ର ସମ୍ପାଦକ, ସନ୍ତୋଷ କୁମାର ମିଶ୍ର ଯୁଗ୍ମ ସମ୍ପାଦକ, ସୁରେଶ କୁମାର ଶତପଥୀ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ରଞ୍ଜନ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଦୁର୍ଗାପ୍ରସାଦ ଧର, ଗୋପୀନାଥ ତ୍ରିପାଠୀ, କାଶୀନାଥ ଶତପଥୀ, କୁନା ଚରଣ ରଥ, ବସନ୍ତ କୁମାର ନାଥ, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ବାନାମ୍ବର ମିଶ୍ର ପ୍ରମୁଖ ମନୋନୀତ ହୋଇ ଶପଥ ଗ୍ରହଣ କରିଥିଲେ।

Share

Leave a Reply