ଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

You are currently viewing ଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା।

ସ୍ବର୍ଗତ ସାହୁ ବିଜେପିର ଜଣେ ସକ୍ରିୟ ସଂଗଠକ ଥିଲେ। ସେ ଦୁଇଦୁଇ ଥର ଘଂଟପଡ଼ା ଗ୍ରାମର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ତାଙ୍କ ମୃତ୍ୟୁ ଖବର ଶୁଣି ଆଖପାଖ ଗାଁର ଶତାଧିକ ଲୋକ ପହଞ୍ଚି ଶେଷଦର୍ଶନ କରିଛନ୍ତି। ବହୁ ପ୍ରତିଷ୍ଠିତ ବ୍ୟକ୍ତି ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିବା ଜଣାଯାଇଛି।

Share

Leave a Reply