ପ୍ରକାଶ ପାଇଲା ଓଏଏସ୍ ଫଳ: ୨୬୦ ତମ ସ୍ଥାନରେ ଛେଣ୍ଡିପଦାର ପୁଅ ଗିରିଜା ଭୂଷଣ ପ୍ରଧାନ

You are currently viewing ପ୍ରକାଶ ପାଇଲା ଓଏଏସ୍ ଫଳ: ୨୬୦ ତମ ସ୍ଥାନରେ ଛେଣ୍ଡିପଦାର ପୁଅ ଗିରିଜା ଭୂଷଣ ପ୍ରଧାନ

 

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ୨୬୦ତମ ସ୍ଥାନ ଗ୍ରହଣ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ବସନ୍ତପୁର ପଞ୍ଚାୟତ ଡେଉଁରିଆଝରଣ ଗ୍ରାମର ଗିରିଜା ଭୂଷଣ ପ୍ରଧାନ। ଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ଓ ବନିତା ପ୍ରଧାନଙ୍କ ପୁତ୍ର ଗିରିଜା ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି।

ଏହି ସଫଳତା ହାସଲ କରିବା ନେଇ ସେ କୁହନ୍ତି, ଭଗବାନଙ୍କ ଆଶୀର୍ବାଦ ସହ ପରିବାରର ସମର୍ଥନ ଓ ପତ୍ନୀଙ୍କ ପ୍ରେରଣା ପାଇଁ ତାଙ୍କୁ ଏହି ସଫଳତା ମିଳିଛି। ସଫଳତା ପାଇଁ ନିୟମିତ ପରିଶ୍ରମ କରିବାକୁ ପଡ଼ିବ। ଧୈର୍ଯ୍ୟର ସହ ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚିତ ଭାବେ ମିଳିବ ବୋଲି ସେ କହିଛନ୍ତି। ତେବେ ଆଗକୁ କର୍ମକ୍ଷେତ୍ରରେ ଶିକ୍ଷା ଉପରେ ସେ ଅଧିକ ଗୁରୁତ୍ବ ଦେବେ। ଶିକ୍ଷା ହିଁ ବିକାଶର ବାଟ ଖୋଲିପାରିବ। ଶିକ୍ଷା ଅନେକ ସମସ୍ୟାର ମୁକ୍ତି ଦେଇପାରିବ ବୋଲି ତାଙ୍କର ମତ। ସେହିପରି ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଧ୍ୟାନ ଦେବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

Share

Leave a Reply