ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡ଼ତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ ଯୋଗଦେଇ ଛାତ୍ରୀମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏହାକୁ ନିୟମିତ ଅଭ୍ୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିକା ସୋନାଲିକା ପଣ୍ଡା ୩୮ ଜଣଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପରେ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପକ ରଂଜିତ କୁମାର ଗୁରୁ, ଇଂରାଜୀ ଅଧ୍ୟାପିକା ବସନ୍ତ ମଞ୍ଜରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂଯୋଜିକା ବସନ୍ତ ମଞ୍ଜରୀ ମିଶ୍ର ଧନ୍ୟବାଦ ଦେଇଥିଲେ।
ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ତାଲିମ ନେଲେ ୩୮ ଜଣ
- Post published:January 22, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul