ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ଯାଇଥିବା ୫୩ ନମ୍ବର ଜତୀୟ ରାଜପଥ ଖାଲଖମାଣରେ ଭର୍ତ୍ତି ହୋଇଯାଇଛି। ଦୈନିକ ଶହ ଶହ କୋଇଲା ବୋଝେଇ ଗାଡ଼ି, ତାଳଚେରରୁ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ କମ୍ପାନୀ ଓ ଏନଟିପିସିକୁ କୋଇଲା ନେଇଥାନ୍ତି। ସେହିପରି ଏନଟିପିସି ଆସପଣ୍ଡରୁ ହାଇୱା, ଟିପର, ଟ୍ରକ ଯୋଗେ ପାଉଁଶ ଲୋଡ କରି ଶହ ଶହ ଗାଡି ଏହି ରାସ୍ତା ଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଥାଏ। କମ୍ପାନୀ କର୍ତ୍ତୃପକ୍ଷ ଏହି ରାସ୍ତାକୁ ମରାମତି କରୁନଥିବାରୁ ନିରିହ ଜନ ତାଙ୍କ ଅକାଳରେ ପ୍ରାଣ ଯାଉଛି। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସେହି ସମୟରେ କେବଳ ଆଲୋଚନା କରି ପରବର୍ତ୍ତୀ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ପୁଣି ନଜାଣିବାର ଅଭିନୟ କରୁଛନ୍ତି। ବର୍ଷାରେ ରାସ୍ତା ଉପରେ ଥିବା ଖାଲରେ ପାଣି ଜମି ରହିଥିବାରୁ ଗାଡ଼ିମଟର ତ ଦୂରର କଥା, ଲୋକ ଚାଲିକି ଯିବା ସମ୍ଭବ ହେଉ ନାହିଁ। ଏହି ରାସ୍ତା ଦେଇ ରାଜନେତା, ପ୍ରଶାସନିକ ଅଧିକାରୀ, ବିଭାଗୀୟ କର୍ତ୍ତୃପକ୍ଷ ସର୍ବଦା ଯାତାୟାତ କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୋଡିବନ୍ଧ-କଣିହାଁ ରାସ୍ତା ମରଣଯନ୍ତା
- Post published:September 21, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
