ଝରକା ଗ୍ରିଲ ତାଡ଼ି ସୁନା ଗହଣା ଓ ଟଙ୍କା ଚୋରି

You are currently viewing ଝରକା ଗ୍ରିଲ ତାଡ଼ି ସୁନା ଗହଣା ଓ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଭବାନୀ ନଗରରୁ ବୁଧବାର ବିଳମ୍ବିତ ରାତିରେ ଝରକା ଗ୍ରିଲ ତାଡ଼ି ଚୋରି ହୋଇଛି।

ସୂଚନା ଯେ, ଗାଁର ରବିନାରାୟଣ ଲେଙ୍କା(୬୨) ବୁଧବାର ଖାଇପିଇ ଶୋଇଲେ। ଭୋର ଉଠି ଦେଖିଲା ବେଳକୁ ଏକ କୋଠରୀର ଝରକା ଗ୍ରିଲ ତାଡ଼ି ଘର ଭିତରେ ଥିବା ଲୁହା ଆଲମାରୀକୁ ଭାଙ୍ଗି ସେଥିରେ ଥିବା ଦେଢ଼ ଭରି ଓଜନର ଗୋଟିଏ ଲେଖାଏଁ ସୁନା ମାଳ, ସୁନା ଚେନ୍, କାନଫୁଲ ୨ ଯୋଡ଼ା, ୫ଟା ମୁଦି ଓ ୩୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ଗୁରୁବାର ସକାଳେ ରବିନାରାୟଣ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply