ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ଏକ ହୁଣ୍ଡିରୁ ଗୁରୁବାର ରାତିରେ ଚୋରି ହୋଇଛି । ଶୁକ୍ରବାର ସକାଳୁ ମନ୍ଦିରର ସୁରକ୍ଷାକର୍ମୀ ହୁଣ୍ଡି ଭଙ୍ଗା ହୋଇଥିବାର ଦେଖି ମନ୍ଦିର ପ୍ରଶାସନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ନିକଟସ୍ଥ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ତହସିଲଦାର, ପୁଲିସ ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ସେଠାରେ ମନ୍ଦିରର ସମ୍ମୁଖ ଭାଗରେ ଥିବା ହୁଣ୍ଡିର ତାଲା ଭଙ୍ଗାଯାଇଥିବା ହୁଣ୍ଡିର ଆଖପାଖ ସ୍ଥାନରେ ଟଙ୍କା, ପଇସା ଆଦି ଇତସ୍ତତଃ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଭଙ୍ଗାଯାଇଥିବା ହୁଣ୍ଡିରୁ ୧ ଲକ୍ଷ ୯୨ ହଜାର ୫୪୩ ଟଙ୍କା ସଂଗୃହୀତ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଓ ଏମ୍‌ସିଏଲ୍ ପକ୍ଷରୁ ହିଙ୍ଗୁଳା ମନ୍ଦିର ପରିସରକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା ବେଳେ ହିଙ୍ଗୁଳା ମନ୍ଦିର ପରିସରରୁ ଏହି ଚୋରି ଘଟଣା ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।

Leave A Reply

Your email address will not be published.

error: Content is protected !!