ପୋଲିସକୁ ଖୋଲା ଚ୍ୟାଲେଞ୍ଜ! ଗୋଟେ ରାତିରେ ଦୁଇ ପରିବାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

You are currently viewing ପୋଲିସକୁ ଖୋଲା ଚ୍ୟାଲେଞ୍ଜ! ଗୋଟେ ରାତିରେ ଦୁଇ ପରିବାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତର ତେବୁଡ଼ ଗାଁରେ ଗୋଟିଏ ରାତିରେ ଦୁଇଟି ଚୋରି ହୋଇଛି। ଏନେଇ ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ତେବୁଡ ଗ୍ରାମର ଅଜିତ କୁମାର ସାହୁ ଓ ତାଙ୍କ ବଡଭାଇ ଦିଲ୍ଲୀପ କୁମାର ସାହୁ ଗତ ରବିବାର ରାତିରେ ଘରେ ନ ଥିବା ବେଳେ ତାଙ୍କ ଘରୁ ଚୋରି ହୋଇଛି। ଅଜିତଙ୍କ ବାପା- ମା’ ଘର ବାରଣ୍ଡାରେ ଶୋଇଥିବା ବେଳେ ଦୁର୍ବୃତ୍ତ ଘର ପଛ ପଟରେ ଥିବା ଝରକା ତାଡି ଭିତରେ ପଶି ଷ୍ଟିଲ ଆଲମିରା ଭାଙ୍ଗି ସୁନା ଅଳଙ୍କାର ସମେତ କିଛି ଟଙ୍କା ଚୋରି କରି ନେଇଯାଇଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ସୁନା ମୁଦି ୯ଟା, ଲକେଟ ୨ଟା, କାନଫୁଲ ୩ ସେଟ ଏବଂ ୩ ହଜାର ଟଙ୍କାକୁ ଦୁର୍ବୃତ୍ତ ନେଇଯାଇଛନ୍ତି।
ପରେ ଅଜିତଙ୍କ ବଡ଼ ବାପାଙ୍କ ପୁଅ ବାସୁଦେବ ସାହୁ ମଧ୍ୟ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା କାନଫୁଲ ଓ ପିତ୍ତଳ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଉଭୟେ ଏ ନେଇ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Share

Leave a Reply