ଶିକ୍ଷକପଡ଼ା ଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

0

ଅନୁଗୁଳ: ଶିକ୍ଷକପଡ଼ା ପଦ୍ମାଳୟା ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କମିଟିର ମୂର୍ତ୍ତି ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆକର୍ଷଣୀୟ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତ ମଣ୍ଡପ ବୁଲି ଦେଖିଛନ୍ତି। ପ୍ରତିଦିନ ଅପରାହ୍ନରେ ଅନ୍ନଭୋଗ ହେବା ସହ ସନ୍ଧ୍ୟାରେ କ୍ଷୀରି କାକରା ଆଦି ଶୁଖିଲା ଭୋଗ ମଧ୍ୟ ଲାଗି ହେଉଛି।

ଶାନ୍ତି ଶୃଙ୍ଖଳା ଓ ଭାଇ ଚାରା ଏହି କମିଟିର ବୈଶିଷ୍ଟ୍ୟ। କମିଟି ପକ୍ଷରୁ ଆସନ୍ତା ୨୪ ତାରିଖରେ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କ୍ଳବ୍ ପରିସର ସମେତ ସାହିର ବିଭିନ୍ନ ସ୍ଥାନରେ ଏହି ବୃକ୍ଷରୋପଣ କରାଯାଇ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରାଯିବ।

କମିଟି ପକ୍ଷରୁ ସଭାପତି ପ୍ରଶାନ୍ତ ସାହୁ,ଉପ ସଭାପତି ଦେବାଶିଷ ନାୟକ,ସମ୍ପାଦକ ସୁନୀଲ କୁମାର୍ ଦାସ,ସହ ସମ୍ପାଦକ ମାଧବ ଦାସ,କୋଷାଧ୍ୟକ୍ଷ ଧିରେନ୍ ବିଶ୍ଵାଳ lଙ୍କ ତତ୍ତ୍ଵାବଧାନରେ ପୂଜା କାର୍ଯ୍ୟ ଚାଲିଥିବା ବେଳେ ଅନିଲ ଦାସ, ବିନୋଦ ବେହେରା, ତପନ ଦାସ ଓ ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପଦେଷ୍ଟା ରୂପେ କମିଟିର କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.

error: Content is protected !!