ଖୁସି ଖବର ! ସପ୍ତାହକୁ ୫ ଦିନ କାମ କରିବେ ବ୍ୟାଙ୍କ କର୍ମଚାରୀ

You are currently viewing ଖୁସି ଖବର ! ସପ୍ତାହକୁ ୫ ଦିନ କାମ କରିବେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ସପ୍ତାହକୁ ୫ ଦିନ କାମ କରିବେ ସରକାରୀ ବ୍ୟାଙ୍କ କର୍ମଚାରୀ। ଏନେଇ ଅନୁମତି ପ୍ରଦାନ କରିବାକୁ ସରକାର ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହାକୁ ଶୀଘ୍ର ମଞ୍ଜୁରୀ ଦେବାର ସମ୍ଭାବନା ରହିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଶୀଘ୍ର ଜାରି ହେବ ବୋଲି କୁହାଯାଉଛି।

ଏହି ନିୟମ ଲାଗୁ ହେଲେ କର୍ମଚାରୀମାନଙ୍କୁ ସପ୍ତାହକୁ ପାଞ୍ଚ ଦିନ କାମ କରିବାକୁ ଅନୁମତି ମିଳିବ। ଏହି ବ୍ୟବସ୍ଥାରେ କର୍ମଚାରୀମାନେ କାର୍ଯ୍ୟ ଦିବସରେ ଦୈନିକ ୪୦ ମିନିଟ୍‌ ଅଧିକ କାମ କରିବେ। ଏହି ପ୍ରସ୍ତାବକୁ ଭାରତୀୟ ବ୍ୟାଙ୍କ ସଂଘ ଓ ୟୁନାଇଟେଡ୍‌ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିଅନ୍ ଗ୍ରହଣ କରିଛନ୍ତି। ପ୍ରକାଶ ଯେ ଏବେ ବ୍ୟାଙ୍କ କର୍ମଚାରୀମାନେ ରବିବାର ଓ ମାସର ଦ୍ବିତୀୟ -ଚତୁର୍ଥ ଶନିବାର ଛୁଟି ପାଉଛନ୍ତି।

Share

Leave a Reply