ତାଳଚେରରେ ନୂତନ ଥାନା ଗୃହ ଲୋକାର୍ପଣ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ କରିଲେ ଉଦଘାଟନ

You are currently viewing ତାଳଚେରରେ ନୂତନ ଥାନା ଗୃହ ଲୋକାର୍ପଣ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ କରିଲେ ଉଦଘାଟନ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ତାଳଚେର ଗୋପାଳପ୍ରସାଦ ଠାରେ ନୂତନ ଥାନା ଗୃହର ଲୋକାର୍ପଣ ଶୁକ୍ରବାର ଆଭସି ମାଧ୍ୟମରେ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ଅନୁଗୁଳ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଗୋପାଳ ପ୍ରସାଦ ଥାନା ଗୃହର ଶିଳାନ୍ୟାସ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ହୋଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ କରିଥିଲେ ଏବଂ ପ୍ରାୟ ୩,୨୭୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସହିତ ତାଳଚେର ଗୋପାଳପ୍ରସାଦ ଠାରେ ନୂତନ ଥାନା ଗୃହର ଲୋକାର୍ପଣ ହୋଇଥିଲେ।

Share

Leave a Reply