ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମେଳା ଆୟୋଜନ କରାଯିବ। ଏହି ଗୋପାଷ୍ଟମୀ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ଉଜ୍ଜ୍ୱଳ ଭବିଷ୍ୟତ, ପବିତ୍ରତା, ଗୋ ମାତା ଦର୍ଶନ ଭଳି କାର୍ଯ୍ୟ ସର୍ବସାଧାରଣ କରିପାରିବେ। ମେଳାରେ ଗୋ ପୂଜନ, ହନୁମାନ ଚାଳିଶା ପାଠ, କାମଧେନୁ ଯଜ୍ଞ, ପ୍ରବଚନ ସଭା ଆଦି କାର୍ଯ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ନଭେମ୍ବର୍ ୨୦ ତାରିଖ ପୂର୍ବାହ୍ନ ୯ ଟାରୁ ଆରମ୍ଭ ହୋଇ ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ତେଣୁ ଗୋପାଷ୍ଟମୀ ମେଳା ଆସି ଯୋଗ ଦେବାକୁ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ
- Post published:November 18, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


