ଗୋତମରା ଗ୍ରାମରେ ମା’ ମହାପାଟଙ୍କ ବାର୍ଷିକ ପୂଜା

You are currently viewing ଗୋତମରା ଗ୍ରାମରେ ମା’ ମହାପାଟଙ୍କ ବାର୍ଷିକ ପୂଜା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଲ ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଛି । ବୁଧବାର ସକାଳେ ମା’ଙ୍କ ଆଲାମ ଦିଅଁଘରୁ ବାଜା, ଛତି, ତରାଶ ଧରି ଗ୍ରାମ ପରିକ୍ରମା କରି ପୀଠକୁ ଅଣାଯାଇଥିଲା। ମାଜଣା ପରେ ପୂଜା ଅନୁଷ୍ଠିତ ହୋଇଥିଲା।

ଶହ ଶହ ମାନସିକଧାରୀ ଭକ୍ତମାନେ ଅଧିଆ ପଡ଼ି ନିଜ ମନସ୍କାମନା ପୂରଣ କରିଥିଲେ। ସତ୍ୟବାନ ଅମାନ୍ତ ପୂଜକାର୍ଯ୍ୟ କରିଥିଲେ। ପୂଜା କମିଟି ସଦସ୍ୟ ସତ୍ୟବାନ ବରାହ, ଜଗବନ୍ଧୁ ବିଶ୍ବାଳ, ଶ୍ରୀମୁଖ ଭୁତିଆ, ରବି ନାରାୟଣ ବେହେରା, ଗୁରୁଦେବ ରାଉତ, ପ୍ରଭାକର ଜେନା, ନବକିଶୋର ସାମଲ, ନିମାଇଁ ସାମଲ, ସୁରେନ୍ଦ୍ର ବିଶ୍ବାଳ,।ଅରୁଣାଭ ସିଂହ, ବିଶ୍ବମ୍ବର ରାଉତ, ନିରଞ୍ଜନ ବିଶ୍ବାଳଙ୍କ ସମେତ ସମସ୍ତ ଗ୍ରାମବାସୀ ପୂଜାରେ ଉପସ୍ଥିତ ଥିଲେ। ଶେଷରେ କାଳିଶି ମାନସିକଧାରୀ ଭକ୍ତଙ୍କୁ ପ୍ରସାଦ ବାଣ୍ଟିଥିଲେ।

Share

Leave a Reply