ସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରୀତି,କମିଶନ ୫ଶହ ରୁ ୧୫ଶହ

You are currently viewing ସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରୀତି,କମିଶନ ୫ଶହ ରୁ ୧୫ଶହ

ଅନୁଗୁଳ: ଅନୁଗୁଳ ସରକାରୀ ହସ୍ପିଟାଲ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରେମ ନେଇ ଏବେ ଅଭିଯୋଗ ହେଉଛି। ଏ ବିଷୟରେ ଏଟିଭିକୁ ଠୋସ ଦସ୍ତାବିଜ୍ ମଧ୍ୟ ମିଳିଛି। ସରକାରୀ ଆମ୍ବୁଲାନ୍ସ ଚାଳକ ମାନଙ୍କ ମଧ୍ୟରୁ ଅନେକେ ନିଜେ ଆମ୍ବୁଲାନ୍ସ କିଣି ଘରୋଇ ଭାବେ ଭଡ଼ା ଲଗାଇଛନ୍ତି।କଲ୍ ମିଳିଲେ ରୋଗୀ ସମ୍ପର୍କୀୟଙ୍କୁ ସରକାରୀ ହସ୍ପିଟାଲରେ ଟ୍ରିଟମେଣ୍ଟ ଠିକ୍ ହେଉନାହିଁ ବୋଲି ବୁଝାଇ ଘରୋଇ ହସ୍ପିଟାଲକୁ ନେଇ ଯାଉଛନ୍ତି। ସରକାରୀ ଆମ୍ବୁଲାନ୍ସ ଘରୋଇ ଡାକ୍ତରଖାନାକୁ ନେବା ବାରଣ ଥିଲେ ମଧ୍ୟ ଚାଳକ ମାନେ ବୁଝାସୁଝା କରି ଘରୋଇ ହସ୍ପିଟାଲକୁ ନେଉଛନ୍ତି। ରୋଗୀ ଠାରୁ ଅଧିକ ପଇସା ନେବା ସହ ସେପଟେ ହସ୍ପିଟାଲରୁ ମଧ୍ୟ କମିଶନ ପାଉଛନ୍ତି। ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷି ଚାଲିଥିବା ବେଳେ ସରକାରୀ ଗାଡି ଚାଳକ ଗୋଟିଏ ପଟେ ବସିବସି ସରକାରୀ ଦରମା ଉଠାଉ ଥିବା ବେଳେ ନିଜ ଗାଡ଼ିରେ ରୋଗୀ ବୋହି ଦୁଇଗୁଣ ଲାଭ ଉଠାଉଛନ୍ତି। ଘରୋଇ ହସ୍ପିଟାଲ କର୍ତୃପକ୍ଷ ଏବେ ଡ୍ରାଇଭର ପିଛା ୫୦୦ ରୁ ୧୫୦୦ ଲେଖା ଦେଉଥିବା ଜଣାପଡିଛି।

ପେସେଣ୍ଟ ରେଜିଷ୍ଟରରୁ ଆମ୍ବୁଲାନ୍ସ ଚାଳକକୁ ଦଲାଲି କମିଶନ ମିଳୁଥିବା ନେଇ ତଥ୍ୟ ଏଟିଭୀର ହସ୍ତଗତ ହୋଇଛି। ମେଡ଼ିକାଲ କର୍ତୃପକ୍ଷ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Share

Leave a Reply