ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ

You are currently viewing ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଶନିବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ ହୋଇଛି। ଶିଶୁର ବିକାଶରେ ଯୌଥ ପରିବାର ଓ ଜେଜେ ବାପା-ଜେଜେ ମା’ଙ୍କ ଭୂମିକା ଅଧିକ ବୋଲି ଅତିଥିମାନେ ମତ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ସାହିତ୍ୟିକ ଚିଦାନନ୍ଦ ଦେହୁରୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ୬ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଯୁଧିଷ୍ଠିର ସିଂ, ପରିଚାଳନା ସମିତିର ସମ୍ପାଦକ, କିଶୋର ନଗର ଖଣ୍ଡର ସଂଘ ଚାଳକ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ବାରିକ, ଉପସଭାପତି ଅବସରପ୍ରାପ୍ତ ରେଞ୍ଜର ଚୈତନ୍ୟ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଆର ମିଶ୍ର, ଯୋଗ ଦେଇଥିଲେ।

ପ୍ରଥମେ ଛାତ୍ରଛାତ୍ରୀ ଜେଜେବାପା ଜେଜେମା’ଙ୍କ ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଜେଜେମା’ ମାନଙ୍କୁ ଅଳତା ଲଗାଇଥିଲେ। ପରେ ସ୍ୱାସ୍ଥ୍ୟକର୍ମୀ ଅସ୍ମିତା ପ୍ରଧାନ ଯୋଗଦେଇ ଶିଶୁ ଭଉଣୀଙ୍କୁ କିଶୋରୀଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ ବିଷୟରେ ବୁଝାଇଥିଲେ। ପରେ ତୁଳସୀ ପୂଜନ, କୁମାର ପୂର୍ଣ୍ଣିମା, ପାଲା ପରିବେଷଣ, ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ୧୭୦ ଜଣ ଜେଜେ ବାପା, ଜେଜେ ମା’ ଅଂଶ ଗ୍ରହଣ କରିଥିଲେ।

Share

Leave a Reply