ଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା

You are currently viewing ଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପୋଲିସକୁ ସଫଳତା। ୨୪ ଘଣ୍ଟା ନ ପୂରୁଣୁ ଚୋରକୁ ଧରିଲା। ଗତକାଲି ସୁଭଦ୍ରା ସାହୁଙ୍କ ଘରେ ଘଟିଥିବା ଚୋରି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ମନମୋହନ ପ୍ରଧାନ ( ୩୧)। ପୋଲିସ ତାକୁ ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଛି।

ପୋଲିସ କହିଛି, ଅଭିଯୁକ୍ତ ରାଜ୍ୟ ବାହାରକୁ ପଳାଇବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ତାକୁ ଧରିଛି। ଅଭିଯୁକ୍ତ ବିରୋଧରେ ଧାରା ୩୦୫-ଏ ଓ ୩୩୧ ଅନୁସାରେ ମାମଲା ରୁଜୁ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି। ମନମୋହନ ଜଣେ ପେସାଗତ ଅପରାଧୀ ଓ ତାଙ୍କ ନାମରେ ପୂର୍ବରୁ ଅନେକ ଚୋରି ମାମଲା ରହିଛି। ଅଭିଯୁକ୍ତଙ୍କ ପାଖରୁ ଚୋରି ହୋଇଥିବା ସମସ୍ତ ସୁନା, ରୁପା, ଟଙ୍କା ସହ କିଛି ମାରଣାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି।

Share

Leave a Reply