ନାଲକୋ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ଉପରେ ଅଭିଯୋଗ ଶୁଣାଣି

You are currently viewing ନାଲକୋ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ଉପରେ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଉପ ଜିଲ୍ଲାପାଳ ବରନ୍ୟନ୍ଦୁ ମହାନ୍ତିଙ୍କ ସଭା କକ୍ଷରେ ଗତ ୧୨.୧୦.୨୦୨୩ ଦିନ ନାଲକୋ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ନେଇ ଏକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନାଲକୋ କର୍ତ୍ତୃପକ୍ଷ,ଜମି ଅଧିଗ୍ରହଣ ଅଧିକାରୀ,ଇଡକୋ ଅଧିକାରୀଙ୍କ ସମେତ ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା କାଙ୍ଗୁଲା,କୁଲାଡ ଓ ଗୋପିନାଥପୁର ଗ୍ରାମର ପ୍ରଜା ମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ,ଉପରୋକ୍ତ ପ୍ରକଳ୍ପ ପାଇଁ ୧୧(୧)ନୋଟିସ ଜାରି ହୋଇଥିବା ବେଳେ ଫିଲଡ ସର୍ଭେ କାମ ବାକି ରହିଛି। ଏହି ସଭାରେ ଜମିହରା ପ୍ରଜା ମାନେ ନାଲକୋ ଅଥବା ଜିଲ୍ଲା ପ୍ରଶାସନ ଜମିହରା ପ୍ରତ୍ୟେକ ପରିବାରର ଜଣକୁ ପ୍ରତ୍ୟକ୍ଷ ଭାବରେ ନାଲକୋରେ ନିଯୁକ୍ତି ଦେଇ ସାରିଲା ପରେ ଫିଲ୍ଡ ସର୍ଭେ କରିବାକୁ ଦାବି ଉଠାଇଥିଲେ।ଏହା ଉପରେ ଉପଜିଲ୍ଲପାଳ ଶ୍ରୀ ମହାନ୍ତି ଦୁଇ ତିନି ଦିନ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ଛଡା ନାଲକୋର ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ବେଳେ ଯେଉଁମାନେ ନିଯୁକ୍ତି ପାଇନାହାନ୍ତି ସେମାନଙ୍କର ଏକ ଚିଠା ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବ ଉପରେ ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ବିଚାର କରି ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Share

Leave a Reply