ବାଗଡ଼ିଆରେ ଖଣ୍ଡାଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଜଣ ଗିରଫ

You are currently viewing ବାଗଡ଼ିଆରେ ଖଣ୍ଡାଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବାଗଡ଼ିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ ବାଗଡ଼ିଆ ଗ୍ରାମର ରାଜା ବେହେରା, ପ୍ରତୀକ ବେହେରା, ରାହୁଲ ବେହେରା, ରାମଚନ୍ଦ୍ର ବେହେରା, ଅମିୟ ଗୋଛାୟତ ଓ ହିତୁ ଗୋଛାୟତ।

ପୋଲିସ ସୂଚନା ମୁତାବକ, ଦୁର୍ଗାପୂଜା ବିଜୟା ଦଶମୀରେ ଖଣ୍ଡାଖେଳକୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ାର କାରଣ ଅସ୍ପଷ୍ଟ ରହିଛି। ପୁଣି ଥରେ ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ବାଗଡ଼ିଆ ମିଲୁ ଗୋଛାୟତଙ୍କ ମୁଣ୍ଡରେ ମାଡ଼ ବାଜି ଗୁରୁତର ଆହତ ହୋଇଛି। ଖବର ପାଇ ବାଗଡ଼ିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଓ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଏ ନେଇ ବାଗଡିଆ ଥାନା ପକ୍ଷରୁ ଦୁଇ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ କରିବା ସହିତ ଛେଣ୍ଡିପଦା, ଜରପଡ଼ା ଓ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରି ଦୁଇ ଗୋଷ୍ଠୀର ୧୧ଜଣଙ୍କୁ ଉଠାଇ ନେଇଥିଲେ।

ଏନେଇ ବାଗଡ଼ିଆ ଥାନାରେ ଦୁଇ ଗୋଷ୍ଠୀର ହିତୁ ଗୋଛାୟତ ଓ ରାହୁଲ ବେହେରା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଗଡ଼ିଆ ଥାନାରେ ଯଥାକ୍ରମେ ୨୯୯/୨୫ ଓ ୨୩୦/୨୫ରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଉଭୟ ଗୋଷ୍ଠୀର ରାଜା ବେହେରା, ପ୍ରତୀକ ବେହେରା, ରାହୁଲ ବେହେରା, ରାମଚନ୍ଦ୍ର ବେହେରା, ଅମିୟ ଗୋଛାୟତ ଓ ହିତୁ ଗୋଛାୟତଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ବାଗଡ଼ିଆ ଥାନା ଅଧିକାରୀ ବିପ୍ଳବ ସାହୁ କହିଛନ୍ତି।

Share

Leave a Reply