ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ ନିମନ୍ତେ ଆବଶ୍ୟକ ଗାଇଡ଼୍ ଲାଇନ୍ ଜିଲ୍ଲା ମିଶନ ନିର୍ଦେଶଳୟ ପକ୍ଷରୁ ପ୍ରକାଶିତ ହୋଇଛି। ଏଇ କ୍ରମରେ ଆସନ୍ତା ନଭେମ୍ବର ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କରାଯିବ।ଦିନ ୧୦ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ଜିଲ୍ଲାର ସହର,ବ୍ଲକ,ପଂଚାୟତ ଏବଂ ଗ୍ରାମ ସ୍ତରରେ କମିଟି ମାନ ଗଠନ କରାଯାଇ ବଣ୍ଟନ ପ୍ରକ୍ରିୟାକୁ କିଭଳି ସହଜ ଓ ଅବାଧ କରାଯିବ ସେଥିନେଇ ନିଷ୍ପତ୍ତି ନିଆଯିବ। ବଣ୍ଟନ ପୂର୍ବରୁ କେଉଁ ସ୍ଥାନରେ ବଣ୍ଟନ କେନ୍ଦ୍ର ମାନ ଖୋଲିବ ସେଥିନେଇ ହିତାଧିକରି ଙ୍କୁ ପୂର୍ବରୁ ଅବଗତ କରାଯିବ। ପ୍ରକ୍ରିୟା ରେ ହିତାଧିକାରୀଙ୍କ ନାମ ରେଜିଷ୍ଟ୍ରେସନ,ଚିରକୁଟ ବଣ୍ଟନ,ସଂଗ୍ରହ, ଭେରୀଫିକେସନ୍ ଆଦି କାର୍ଯ୍ୟ କରାଯିବ ।ଜାତୀୟ ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ରେ ଯେଉଁମାନଙ୍କ ରାସନ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇବାର ସୁଯୋଗ ପାଇବେ ।
ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ବାହାରିଲା ଗାଇଡ଼୍ ଲାଇନ୍
- Post published:November 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


