୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କର ସ୍କୁଲ ଆରମ୍ଭ

0

ଅନୁଗୁଳ: ଜିଲାରେ ଆଜି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ ହୋଇଛି। ଦୀର୍ଘ ୨୦ ମାସ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି ମାଡ଼ିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଆଜି ଶିକ୍ଷାଦାନ ଆରମ୍ଭ ହୋଇଛି । ଏହି ଦୁଇ ଶ୍ରେଣୀ ପାଇଁ ସକାଳ ୯ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବାକୁ ଥିବାବେଳେ ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଜାରି ରହିଛି।ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.

error: Content is protected !!