ସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

You are currently viewing ସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ରବିବାର ଜଣେ ସର୍ପାଘାତ ମହିଳାଙ୍କ ଶବକୁ ଗୁଣିଆର ଝଡ଼ା ଫୁଙ୍କା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁର ନେତ୍ରମଣି ରାଉଳ(୪୫) ଶନିବାର ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ନେତ୍ରମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ବ୍ୟବଛେଦ ପାଇଁ ଶବ ସଂରକ୍ଷଣ ଗୃହକୁ ନିଆଯାଇଥିଲା। ତେବେ ସେଠାରେ ପରିବାର ଲୋକ ତୁବେରୁ ଗୁଣିଆ ଡାକି ଝାଡ଼ଫୁଙ୍କା କରାଇଥିଲେ। ଶେଷରେ ପୁଲିସ ବୁଝାସୁଝା କରାଇ ଶବ ବ୍ୟବଛେଦ କରାଇଥିଲା। ଏ ନେଇ ବନ୍ତଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Share

Leave a Reply