ସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ୮୫ ବର୍ଷ ବୟସରେ ପରଲୋକ

You are currently viewing ସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ୮୫ ବର୍ଷ ବୟସରେ ପରଲୋକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ହୀରା ଗ୍ରାମର ଜଣାଶୁଣା ଆଧ୍ୟାତ୍ମିକ ତଥା ସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ଶନିବାର ୮୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ହେଉଛନ୍ତି ଧରିତ୍ରୀ ଖବରକାଗଜର କଣିହାଁ ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବାପା। ଶନିବାର ଭୋରରୁ କଣିହାଁ ଏନଟିପିସି ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ସଂକୀର୍ତ୍ତନ ପ୍ରେମୀ ଓ ସଂକୀର୍ତ୍ତନ ଗୁରୁ ସହିତ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ। ପୈତୃକ ଗ୍ରାମବାଙ୍ଖୁଲି ନାଳ ନିକଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନ ପୁଅ ସଚ୍ଚିଦାନନ୍ଦ ମୁଖାଗ୍ନି ଦେଇଥିବା ଜଣାଯାଇଛି।

Share

Leave a Reply