ଅନୁଗୁଳରେ ଗୁଟକା କଳାବଜାରୀ

You are currently viewing ଅନୁଗୁଳରେ ଗୁଟକା  କଳାବଜାରୀ

ଅନୁଗୁଳ: ଲକ୍‌ଡ଼ାଉନ ଆଳରେ ଅନୁଗୁଳରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର କଳାବଜାରୀ ଆରମ୍ଭ କରିଦେଇଛନ୍ତି। ବିଶେଷକରି ଗୁଟକା ଓ ସିଗାରେଟ୍ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅସାଧୁ ହୋଲସେଲ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ୫ଟଙ୍କାର ଗୁଟକା ୮/୧୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଲକଡାଉନ୍ ଆରମ୍ଭ ପୂର୍ବରୁ ହୋଲସେଲ ବ୍ୟବସାୟୀମାନେ ବିପୁଳ ପରିମାଣର ତମାଖୁଜାତ ଦ୍ରବ୍ୟ ମହଜୁଦ ରଖିଥିଲେ। ଏବେ ସେସବୁକୁ ଚଢାଦରରେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। କଳାବଜାର ରୋକିବାକୁ ଜୋରଦାର ଚଢ଼ଉ କରାଯିବାକୁ ଦାବି ହୋଇଛି।

Share

Leave a Reply