ସାଇବର ଠକେଇର ଶିକାର ହେଲେ ମ୍ୟାନେଜର, ଆକାଉଣ୍ଟରୁ ୮ ଲକ୍ଷ ପୋଛି ନେଲେ ହ୍ୟାକର

You are currently viewing ସାଇବର ଠକେଇର ଶିକାର ହେଲେ ମ୍ୟାନେଜର, ଆକାଉଣ୍ଟରୁ ୮ ଲକ୍ଷ ପୋଛି ନେଲେ ହ୍ୟାକର

ଅନୁଗୁଳ: ସାଇବର ଠକେଇର ଶିକାର ହୋଇଛନ୍ତି ଅନୁଗୁଳର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମ୍ୟାନେଜର। ତାଙ୍କ ପାଖରୁ ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା। ମୋବାଇଲ ହ୍ୟାକ୍‌ କରି ଠକେଇ ହୋଇଥିବା ମ୍ୟାନେଜର୍‌ ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପରେ ପୁଲିସ ୧୫/୨୭ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଜଣେ ଯୁବତୀ ଅନୁଗୁଳରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଛନ୍ତି। ଗତ ୨୬ ତାରିଖରେ ତାଙ୍କ ହ୍ବାଟ୍‌ସଆପକୁ ଫାଇଲ ଆସିଥିଲା। କେୱାଇସି ଅପ୍‌ଡେଟ୍‌ କରିବା ପାଇଁ ଏଥିରେ କୁହାଯାଇଥିଲା। ଏହା ଡାଉନ୍‌ଲୋଡ କରିବା ପରେ ତାଙ୍କ ମୋବାଇଲ ଫୋନ୍‌ ହ୍ୟାକ୍‌ ହୋଇଯାଇଥିଲା। ପରେ ପର୍ଯ୍ୟାୟକ୍ରମେ ତାଙ୍କର ଦୁଇଟି ବ୍ୟାଙ୍କ ଖାତାରୁ ୭,୯୯,୮୯୯ ଟଙ୍କା କଟି ଯାଇଛି। ସାଇବର ଠକେଇର ଶିକାର ହୋଇଥିବା ସନ୍ଦେହ କରି ସେ ଅନୁଗୁଳ ସାଇବର ଥାନାରେ ଏତଲା ଦେଇଛନ୍ତି।

Share

Leave a Reply