ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

You are currently viewing ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା। ଅନୁଗୁଳ ଜିଲ୍ଲା କିଶୋରନଗର ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ହଣ୍ଡପା ଥାନା ମଧପୁର ଅଞ୍ଚଳର ରାହୁଲ ସାମଲ (୧୮)। ଏ ନେଇ ମୃତକଙ୍କ ବାପା ଦିଲ୍ଲୀପ ସାମଲଙ୍କ ଅଭିଯୋଗ କ୍ରମେ ହଣ୍ଡପା ପୋଲିସ ନମ୍ବର ୫୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାରେ ମୃତ ରାହୁଲଙ୍କ ପ୍ରେମିକାଙ୍କୁ ପୋଲିସ ଅଟକ ରଖିଛି। ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ଥିବା ମୁଖ୍ୟ ଅଭିଯୁକ୍ତ ସାନଗୋବିନ୍ଦପୁର ଗ୍ରାମର ଜଣେ ଯୁବକ ଫେରାର ଥିବା ସୂଚନା ମିଳିଛି।

ପୋଲିସ କହିବାନୁଯାୟୀ, ମୃତ ରାହୁଲ ତାଙ୍କ ପ୍ରେମିକାଙ୍କ ସହ ସାନ ଗୋବିନ୍ଦପୁର ଅଞ୍ଚଳକୁ ମଙ୍ଗଳବାର ରାତିରେ ବୁଲିବାକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା। ହତ୍ୟା କରିଥିବା ଯୁବକଙ୍କର ଜଣେ ସମ୍ପର୍କୀୟଙ୍କ ସହ ମଧ୍ୟ ରାହୁଲଙ୍କ ପ୍ରେମ ସମ୍ପର୍କ ରହିଥିଲା। ଫଳରେ ରାହୁଲଙ୍କୁ ଉକ୍ତ ଯୁବତୀଙ୍କ ସହ ଦେଖି ହତ୍ୟାକାଣ୍ଡ କରିଥିବା ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉକ୍ତ ଯୁବକ ଏକ ଠେଙ୍ଗାରେ ରାହୁଲଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ରାହୁଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପରେ ଅଞ୍ଚଳବାସୀ ଉକ୍ତ ଯୁବତୀଙ୍କୁ ଅଟକ ରଖିବା ସହ ହଣ୍ଡପା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଯୁବତୀଙ୍କୁ ଆଣି ଥାନାରେ ପଚରାଉଚରା କରିଥିଲେ। ବୁଧବାର ସକାଳେ ଘଟଣାସ୍ଥଳକୁ ସନ୍ଧାନୀ କୁକୁର, ସାଇଣ୍ଟଫିକ ଟିମ୍ ସହ ପୋଲିସ ଯାଇ ତଦନ୍ତ କରିଛନ୍ତି। ତେବେ ହତ୍ୟାକାରୀ ଅଭିଯୁକ୍ତ ତୁରନ୍ତ ଗିରଫ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Share

Leave a Reply