ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

You are currently viewing ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାମଡ଼ିହ ଗାଁ ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଜବତ କରିଛି। ମୃତକ ଜଣଙ୍କ ହେଲେ ଝାରଖଣ୍ଡ ସିଙ୍ଗଭୁଙ୍ଗ ଅଞ୍ଚଳର ନଗେନ୍ଦ୍ର ସିଂହ।

ପୋଲିସ ସୂତ୍ରରୁ ପ୍ରକାଶ ନଗେନ୍ଦ୍ର ସ୍ଥାନୀୟ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ। ସୋମବାର ସନ୍ଧ୍ୟାରେ ରହୁଥିବା କ୍ୟାମ୍ପରୁ ସେ କେଉଆଡେ ପଳାଇ ଯାଇଥିଲେ। ମଙ୍ଗଳବାର ତାଙ୍କର ମୃତଦେହ ରାମଡ଼ିହ ଗାଁ ନିକଟସ୍ଥ ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

Share

Leave a Reply