ମେଗା ୟୁଥ୍ କ୍ଲବ୍ ପକ୍ଷରୁ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ

You are currently viewing ମେଗା ୟୁଥ୍ କ୍ଲବ୍ ପକ୍ଷରୁ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା ୟୁଥ କ୍ଲବର ସଭାପତି ଯୋଗେଶ୍ୱର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଜି ସକାଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସାମ୍ଭେଦ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ ହୋଇଛି।

ଆଚାର୍ଯ୍ୟ କବି ପ୍ରଭାକର ସଞ୍ଜୟ କୁମାର ଦାସଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତିଷ୍ଠା ଉତ୍ସବରେ ମେଗା ୟୁଥ୍ କ୍ଲବର ସଦସ୍ୟ ପ୍ରଣବ ଆଚାର୍ଯ୍ୟ, ମଳୟ କୁମାର ଗଡ଼ନାୟକ, କ୍ଷେତ୍ରବାସି ପ୍ରଧାନ, ଶୁକୃ ଦାସ୍, ରାକେଶ କୁମାର ସାମନ୍ତ, ତପନ କୁମାର ସାମନ୍ତ, ନିରଞ୍ଜନ ସାହୁ ସରତଜିତ, ପ୍ରମୋଦ ସାହୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ସଂଧ୍ୟାରେ ଆଳତି ସହ ହରି ନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା।

Share

Leave a Reply