ବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

You are currently viewing ବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡା ଗ୍ରାମର ହନୁମାନ ବାଟିକା ଠାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ପ୍ରଭୁ ହନୁମାନଙ୍କ ବିଭିନ୍ନ ପ୍ରକାରର ଯଜ୍ଞ ପୂଜା ଆଦି ବିଧି ମୁତାବକ ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁଙ୍କୁ ଆଜି ପଣା ବିତରଣ କରାଯିବା ସହ ହନୁମାନଙ୍କ ଠାରେ ଲାଗି ହୋଇ ଖେଚୁଡ଼ି ଭୋଗ ମଧ୍ୟ ପ୍ରଦାନ କରାଯାଏ ବୋଲି ହନୁମାନ ବାଟିକାର ମୁଖ୍ୟ ପରିଚାଳନା ଅଧିକାରୀ ବିଦେଶୀ ଦେହୁରୀ କହିଛନ୍ତି। ମନ୍ଦିର କମିଟି ସଭାପତି ଜବାହରଲାଲ ପ୍ରଧାନ, ମୁଖ୍ୟ ପୂଜକ ରୁଦ୍ର ମୋହନ ଦ୍ୱିବେଦୀ, ହନୁମାନ ବାଟିକା ମୁଖ୍ୟ ପରିଚାଳନା ଅଧିକାରୀ ବିଦେଶୀ ଦେହୁରୀଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ତାଳଚେର ବ୍ଲକର ଏହି ପ୍ରସିଦ୍ଧ ହନୁମାନଙ୍କ ବାଟିକାକୁ ପ୍ରଥମେ ବଡଯୋରଡ଼ା ଗ୍ରାମର ଦୁଇଜଣ ସାଙ୍ଗ ବିଦେଶୀ ଦେହୁରୀ ଓ ସ୍ୱର୍ଗତ ଅନିଲ ପ୍ରସାଦ ସାମନ୍ତ ୨୦୧୦ ମସିହାରେ ଆରମ୍ଭ କରିଥିଲେ। ଉଭୟେ ଋଷିକେଶ ହରିଦ୍ୱାର ଠାରୁ ପ୍ରଭୁ ହନୁମାନଙ୍କର ଏକ ବିଗ୍ରହ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ।

Share

Leave a Reply