ଆସନ୍ତା ୧୩ ରୁ ୧୫ ଯାଏଁ ଚାଲିବ ‘ହର ଘର ତ୍ରିରଙ୍ଗା ଅଭିଯାନ’, ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

You are currently viewing ଆସନ୍ତା ୧୩ ରୁ ୧୫ ଯାଏଁ ଚାଲିବ ‘ହର ଘର ତ୍ରିରଙ୍ଗା ଅଭିଯାନ’, ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲାରେ ପାଳନ କରିବା ନିମନ୍ତେ ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ, ୧୩ ତାରିଖରେ ଛାତ୍ର ଛାତ୍ରୀ, ସ୍ବୟଂ ସହାୟକ ସଦସ୍ୟ ଓ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକବଲବରାଲି ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବ। ପରେ ସ୍ଥାନୀୟ ସଭାଘର ଠାରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତାକୁ ନେଇ ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ୧୪ ତାରିଖରେ ମାରାଥନ ଓ ୧୫ ତାରିଖରେ ଦସ୍ତଖତ ଅଭିଯାନ, ସେଲଫି ପଏଣ୍ଟ ଇତ୍ୟାଦି ଆୟୋଜନର କାର୍ଯ୍ୟକ୍ରମ ରହିଛି। ସେହିପରି ବିନା ମୂଲ୍ୟରେବଏକ ଲକ୍ଷ ଜାତୀୟ ପତାକା ଲୋକଙ୍କୁ ଯୋଗାଇବାର ଲକ୍ଷ୍ୟ ରହିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply